_ _ _ _____ ___ __ __ _(_) | _(_)___ / ( _ ) / /_ ___ ___ _ __ ___ \ \ /\ / / | |/ / | |_ \ / _ \| '_ \ / __/ _ \| '_ ` _ \ \ V V /| | <| |___) | (_) | (_) | (_| (_) | | | | | | \_/\_/ |_|_|\_\_|____/ \___/ \___(_)___\___/|_| |_| |_|
ସାନ୍ତାଳୀ (ᱥᱟᱱᱛᱟᱲ) | |
---|---|
Native to | ଭାରତ, ବଙ୍ଗଳାଦେଶ, ନେପାଳ, ଭୁଟାନ |
ଜାତିସତ୍ତା | ସାନ୍ତାଳ |
ମାତୃଭାଷୀ | ୬,୦୫୦,୦୦୦ |
ଅଷ୍ଟ୍ରୋ-ଏସୀୟ
| |
ଅଲ ଚିକି | |
ଭାଷା କୋଡ୍ | |
ISO ୬୩୯-୨ | sat |
ISO ୬୩୯-୩ | sat |
ସାନ୍ତାଳୀ ( ᱥᱟᱱᱛᱟᱲ) ଅଷ୍ଟ୍ରୋ-ଏସୀୟ ଭାଷା ସମୂହର ସାନ୍ତାଳ ଉପ-ପରିବାରର ଏକ ଭାଷା । ଏହା ହୋ ଓ ମୁଣ୍ଡାରି ଭାଷାସହିତ କେତେକାଂଶରେ ମିଶିଥାଏ । ଏହା ପାଖାପାଖି ୬୨ ଲକ୍ଷ ଲୋକଙ୍କ ଦେଇ କହାଯାଇଥାଏ । ଏହି ଭାଷା କହୁଥିବା ଅଧିକାଂଶ ଲୋକ ଭାରତର ଆସାମ, ଓଡ଼ିଶା, ଝାଡ଼ଖଣ୍ଡ, ତ୍ରିପୁରା, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରେ ବସବାସ କରିଥାଆନ୍ତି । ଏହି ଭାଷାର ଲିପି ଅଲ ଚିକି (ᱚᱞ ᱪᱤᱠᱤ); ତେବେ ଏହାର ସାକ୍ଷରତା ହାର ଖୁବ କମ (ହାରାହାରି ୧୦-୩୦ %) ।
ସାନ୍ତାଳୀ ଏକ ଆଦିବାସୀ ଭାଷା ହୋଇଥିବାରୁ ଏହାର କୌଣସି ଲିପି ନଥିଲା । ଭାରତରେ ଇଂରେଜ ଶାସନ ସମୟରେ ଇଂରେଜମାନେ ରୋମାନ ଲିପିରେ ଲେଖା ଆରମ୍ଭ କରିଥିଲେ । ରଘୁନାଥ ମୁର୍ମୁ ସାନ୍ତାଳୀକୁ ଲେଖିବା ପାଇଁ ଅଲ ଚିକିର ଉଦ୍ଭାବନ କରିଥିଲେ । ଫଳରେ ଭାଷାରେ ଏକ ନୂଆ ଜୀବନ ସଂଚାର ହୋଇ ସାହିତ୍ୟ କ୍ଷେତ୍ରରେ କିଛି ମାତ୍ରାରେ ଆଗେଇଥିଲା । କିଛି ଖ୍ରୀଷ୍ଟଧର୍ମୀ ସାନ୍ତାଳ ଅଲ ଚିକି ପରିବର୍ତ୍ତେ ରୋମାନ ଲିପିର ବହୁଳ ପ୍ରସାର କରିବାକୁ ଚେଷ୍ଟା କଲେ । ଶେଷରେ ପଶ୍ଚିମବଙ୍ଗ ସରକାର ଏକ ଭାଷା କମିଟି ଗଠନ କରି ଏହାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ପଶ୍ଚିମ ବଙ୍ଗର ପାକୁଡ଼ାଠାରେ ଏକ ସଭା ଆୟୋଜନ ହୋଇ ଆଲଚିକ ଲିପିକୁ ପ୍ରସାର ପାଇଁ ସଂକଳ୍ପ ନିଆଗଲା । ଦୀର୍ଘ ୧୯ ବର୍ଷ ପରେ ସାନ୍ତାଳୀ ଭାଷାର ନେତୃତ୍ୱ ମଣ୍ଡଳୀ ୧୯୯୨ ମସିହାରେ ଝାଡ଼ଗ୍ରାମଠାରେ ମିଳିତ ହୋଇ ଏକ ମୋର୍ଚ୍ଚା ଗଠନ କଲେ । ଏହାର ମୂଳ ଉଦ୍ଦେଶ୍ୟ ଥିଲା ସାନ୍ତାଳୀ ଭାଷାର ସରକାରୀ ସ୍ୱୀକୃତି ପାଇଁ ଦାବୀ ଜଣାଇବା । ବସ୍ତୁତଃ, ସାନ୍ତାଳୀ ସମ୍ପ୍ରଦାୟର ନବଜାଗରଣ ସୃଷ୍ଟି କରିବାରେ ସାନ୍ତାଳୀ ଭାଷା ପ୍ରମୁଖ ଭୂମିକା ତୁଲାଇଥିଲା । ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ରେଳରୋକ, ବିକ୍ଷୋଭ ଆଦି ସରକାରଙ୍କ ଉପରେ ଚାପ ପକାଇଥିଲା । ଶେଷରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୩ମସିହା ଡିସେମ୍ବର ୨୨ ତାରିଖରେ ମୈଥିଳୀ, ବୋଡ଼ୋ, ଡୋଗ୍ରୀ ଓ ସାନ୍ତାଳ ଏପରି ୪ଟି ଭାଷାକୁ ଏକକାଳୀନ ସରକାରୀ ସ୍ୱୀକୃତି ମିଳିଥିଲା ।
ପ୍ରତିବର୍ଷ ଡିସେମ୍ବର ୨୨ ତାରିଖରେ ସାନ୍ତାଳୀ ଭାଷା ଦିବସ ପାଳନ ହୁଏ । ପ୍ରଥମ ଥର ପାଇଁ ଦୁଇଟି ଆଦିବାସୀ ଭାଷା ଭାବେ ସାନ୍ତାଳୀ ଓ ବୋଡ଼ୋ ଭାଷା ୨୦୦୩ ମସିହା ଡିସେମ୍ବର ୨୨ତାରିଖରେ ଭାରତ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଥିଲା ।
ଏହି ଆଷ୍ଟ୍ରୋ-ଏସୀୟ ଭାଷା-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |